କରୋନା ଯୋଦ୍ଧାଙ୍କ ଜୀବନ ଗଲା, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର ଡିଆଇଜି ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ରିପୋର୍ଟ ଅନୁଯାୟୀ, ପାର୍ଥ କରୋନା ପଜିଟିଭ୍ ଚିହ୍ନଟ ହୋଇ ଏପ୍ରିଲ ୨୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଏହା ପୂର୍ବରୁ ସେ କ୍ରନିକ୍ ବୃକକ୍ ରୋଗରେ ପୀଡିତ ଥିଲେ। ଆଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।