ଝାରସୁଗୁଡାରେ ପୁଣି ୩୯ ପଜିିଟିଭ ଚିହ୍ନଟ, ଜଣେ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ୫୦ ବର୍ଷିୟ ପୁରୁଷ ବୋଲି ଜଣାପଡିଛି। ସେହିପରି ଚିହ୍ନଟ ହୋଇଥିବା ନୂଆ ୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୮ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୯ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୯ ଜଣ, ଝାରସୁଗୁଡା ବ୍ଲକ ଅଞ୍ଚଳରୁ ୪ ଜଣ, ଲଇକେରା ବ୍ଲକରୁ ୬ ଜଣ ଓ କିର୍ମିରା ବ୍ଲକରୁ ୨ ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଝାରସୁଗୁଡାର ଆଉ ଜଣେ ବ୍ୟକ୍ତି ବହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୩ ଶହ ୭୨କୁ ପହଂଚିଥିବା ବେଳେ ୬ ହଜାର ୧ଶହ ୩୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୨୧ ଜଣଙ୍କ ଚିକିତ୍ସା ଜାରି ରହଥିବାବେଳେ ୧୫ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।