ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ହ୍ରାସ ପାଉଥିବା ଜଣାପଡ଼ିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୩୮ ହଜାର ୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଲକ୍ଷ ୧୨ ହଜାର ୯୦୭ ରେ ପହଞ୍ଚିଛି।
ସେହିପରି ଗୋଟିଏ ଦିନରେ ୪୭୪ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୩୦ ହଜାର ୯୯୩ କୁ ବୃଦ୍ଧି ପାଇଛି। ଏବେ ୪ ଲକ୍ଷ ୪୬ ହଜାର ୮୦୫ଜଣ ସକ୍ରିୟ ରୋଗୀ ଥିବାବେଳେ ୮୩ ଲକ୍ଷ ୩୫ ହଜାର ୧୦୯ ଜଣ ସୁସ୍ଥ ହୋଇସାରିଛନ୍ତି।