ଭୁବନେଶ୍ୱର,ଏନ୍ଏନ୍ଏସ୍: କମିଶନରେଟ ପୁଲିସ ଦୁଇ ଥାନା ଅଞ୍ଚଳରୁ ୩୭ ଲିଟର ଦେଶୀ ମଦ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରି ସୋମବାର କୋର୍ଟ ·ଲାଣ କରିଛି । ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ହେଲେ ସ୍ଥାନୀୟ ବରିମୁଣ୍ଡ ଗ୍ରାମର ସମିର ଭୁଇଁଆ (୩୫) । ତାଙ୍କଠୁ ୧୦ ଲିଟର ମଦ ଜବତ ହୋଇଛି । ସେହିପରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଡମଣା ଗୋପିନାଥ ସାହିର ଜଗନ୍ନାଥ ପୃଷ୍ଟି (୨୫) ଏବଂ କାଳନ୍ଦୀ ପୃଷ୍ଟି (୩୩) । ଏମାନଙ୍କଠୁ ୨୭ ଲିଟର ଦେଶୀ ମଦ ଜବତ କରିଛି ପୁଲିସ । ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ନିଜ ଘରେ ଦେଶୀ ମଦ ରଖି ବ୍ୟବସାୟ ଚଳାଇଲଥିଲେ । ଏନେଇ ପୋଲିସ ଖବର ପାଇବା ପରେ ତାଙ୍କ ଘରେ ଚଢାଉ କରି ମଦ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ଦୀପକ