ବଲାଙ୍ଗିରରୁ ଆଜି ୩୫୮ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ଜିଲ୍ଲାରେ ୩୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି। ବଲାଙ୍ଗିର ସହରରୁ ସର୍ବାଧିକ ୭୦ଜଣ ଚିହ୍ନଟ ହୋଇଥିବାବେଳେ ବେଲପଡା ବ୍ଲକ୍ରୁ ୭୦ଜଣ ଓ ଲୋଇସିଂହା ବ୍ଲକରୁ ୪୭ଜଣ ଚିହ୍ନଟ ହୋଇଛନ୍ତି। ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୮ଜଣ, ବଲାଙ୍ଗିର ବ୍ଲକ ରୁ ୧୦ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୭୦ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୩ଜଣ, ବେଲପଡ଼ା ବ୍ଲକରୁ ୭୦ଜଣ, ଗୁଡଭେଲା ବ୍ଲକରୁ ୧୩ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୧ଜଣ, ଖପ୍ରାଖୋଲ ବ୍ଲକରୁ ୧୮ଜଣ, ଲୋଇସିଂହା ବ୍ଲକରୁ ୪୭ଜଣ, ମୁରିବାହାଲ ବ୍ଲକରୁ ୯ଜଣ, ପାଟଣାଗଡ ବ୍ଲକରୁ ୯ଜଣ, ପାଟଣାଗଡ଼ ସହରାଞ୍ଚଳରୁ ୪ଜଣ, ପୁଇଁନ୍ତଳା ବ୍ଲକରୁ ୩୦ଜଣ, ସଇଁନ୍ତଳା ବ୍ଲକରୁ ୩୨ଜଣ, ଟିଟିଲାଗଡ଼ ଗ୍ରାମାଞ୍ଚଳରୁ ୮ଜଣ, ଟିଟିଲାଗଡ଼ ସହରରୁ ୬ଜଣ ଓ ତୁରେକେଲା ବ୍ଲକରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।