ଦିନକରେ ଦେଶରେ ୩,୨୩,୧୪୪ ନୂଆ ସଂକ୍ରମିତ; ୨୭୭୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩,୨୩,୧୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୬,୩୬,୩୦୭କୁ ବୃଦ୍ଧିପାଇଛି। ଏଥିସହିତ ଦିନକରେ ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭୧ ଜଣ ପ୍ରାଣ ହରାଇଥିବା ବେଳେ ୨,୫୧,୮୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏଥିସହିତ ଦେଶରେ ଆଜି ସୁଦ୍ଧା ୧,୪୫,୫୬,୨୦୯ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୧,୯୭,୮୯୪ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୮,୮୨,୨୦୪ଟି ସକ୍ରିୟ ମାମଲା ରହିଛି।