ଚାଇନାର ଉହାନରୁ ୩୨୩ ଜଣଙ୍କୁ ନେଇ ନୂଆଦିଲ୍ଲୀରେ ପହଞ୍ଚିଲା ଦ୍ୱିତୀୟ ବିମାନ ଦେଶ- ବିଦେଶ By Nitidin On Feb 2, 2020 Share ନୂଆଦିଲ୍ଲୀ,ଏଜେନ୍ସି: ଚାଇନାର ଉହାନରୁ ଆଜି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ଆସି ନୂଆଦିଲ୍ଲୀରେ ପହଞ୍ôଚଛି। ଚାଇନାରେ ବ୍ୟାପୀଥିବା ମହାମାରୀ ରୋଗ କୋରୋନା ଦେଶ ଦେଶ ଧରି ବ୍ୟାପୁଥିବା ବେଳେ ଏ ନେଇ ଡବ୍ଲୁଏଚଓ ପକ୍ଷରୁ ଜାନୁଆରୀ ୩୧ ତାରିଖରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଜୁରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଏହା ପରଠାରୁ ଭାରତ ସରକାରଙ୍କ ପକ୍ଷରୁ ଚାଇନାରେ ଥିବା ଭାରତୀୟଙ୍କୁ ଅଣାଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଏୟାର ଇଣ୍ଡିଆର ଏକ ବିମାନରେ ୩୨୧ଜଣ ଭାରତୀୟ ଚାଇନାରୁ ଭାରତକୁ ଆସିଥିବା ବେଳେ ଆଜି ୩୨୩ଜଣ ଆଜି ସକାଳେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଏହି ଭାଇରସରେ ଆକ୍ରାନ୍ତ ହୋଇ ପାଖାପାଖି ୩୦୦ ଜୀବନ ଯାଇଥିବା ବେଳେ ୯୦୦୦ରୁ ଊଦ୍ଧ୍ୱର୍ ଏହାର ସଂକ୍ରମଣରେ ଆସିଛନ୍ତି। ଏୟାର ଇଣ୍ଡିଆର ବିମାନଟି ଦ୍ୱିତୀୟ ଥର ପାଇଁ ଯାତ୍ରୀଙ୍କୁ ନେଇ ରାତ୍ରି ୩ଟା ୧୦ରେ ଚାଇନାର ଊହାନରେ ଉଡାଣ ଭରିଥିବା ବେଳେ ଆଜି ସକାଳ ୯ଟା ୪୫ରେ ନୂଆଦିଲ୍ଲୀର ବିମାନ ବନ୍ଦରରେ ଅବତରଣ କରିଛି। ଏଥିରେ ୭ଜଣ ମାଲଦ୍ୱୀପର ଥିବା ଜଣାପଡ଼ିଛି। ଏ ନେଇ ମାଲଦ୍ୱୀପର ବୈଦେଶୀକ ମନ୍ତ୍ରୀ ଅବଦୁଲ୍ଲା ଶାହୀ ଟୁଇଟ୍ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶୀକ ମନ୍ତ୍ରୀ ଏସ୍. ଜୈଶଙ୍କର ଓ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରୀ ଓ ସଞ୍ଜୟ ସୁଧୀରଙ୍କୁ ଧନ୍ୟବାଦ ଜଣାଇଛନ୍ତି। Share