ବଲାଙ୍ଗିର ଜିଲ୍ଲାରୁ ପୁଣି ୩୧୪ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୩୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଲଗାତାର ଭାବେ ତୃତୀୟ ଦିନ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର କରିଛି। ବେଲପଡା, ସଇଁନ୍ତଳା ଓ ତୁରକେଲା ବ୍ଲକରେ ସଂକ୍ରମଣ ସ୍ଥିତି ଉଦବେଗଜନକ ଜଣାପଡୁଛି। ଆଜି ଆଗଲପୁର ବ୍ଲକରୁ ୧୫ଜଣ, ବଲାଙ୍ଗିର ବ୍ଲକରୁ ୪ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୫୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୦ଜଣ, ବେଲପଡା ବ୍ଲକରୁ ୩୨ଜଣ, ଦେଓଗାଁ ବ୍ଲକରୁ ୧୮ଜଣ, ଗୁଡଭେଲା ବ୍ଲକରୁ ୭ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୯ଜଣ, ଖପ୍ରାଖୋଲ ବ୍ଲକରୁ ୩୦ଜଣ, ଲୋଇସିଂହା ବ୍ଲକରୁ ୫ଜଣ, ମୁରିବାହାଲ ବ୍ଲକରୁ ୫ ଜଣ, ପାଟଣାଗଡ ବ୍ଲକରୁ ୬ଜଣ, ପାଟଣାଗଡ ସହରାଞ୍ଚଳରୁ ୯ଜଣ, ପୁଇଁନ୍ତଳା ବ୍ଲକ୍ରୁ ୨୦ଜଣ, ସଇଁନ୍ତଳା ବ୍ଲକରୁ ୨୯ଜଣ, ତୁଷୁରାରୁ ୧୧ ଓ ତୁରେକେଲା ବ୍ଲକରୁ ୨୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୪୩୭୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୧୫୩୨ ଜଣ ସୁସ୍ଥ ହୋଇଥିବାବେଳେ ୨୭୮୯ ଜଣ ସକ୍ରିୟ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।