ଭାରତରେ ଦିନକରେ ଆଉ ୩୧,୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣରେ ସୁଧାର ଆସୁଛି। ପୂର୍ବ ତୁଳନାରେ ସଂକ୍ରମଣ ହାର ଖୁବ୍ କମିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଦିନକରେ ଆଉ ୩୧,୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୯୪,୬୨,୮୦୯ରେ ପହଞ୍ଚିଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୪୮୨ ଜଣଙ୍କ କରୋନାରେ ପ୍ରାଣହାନି ହୋଇ ମୋଟ ମୃତ୍ୟୁ ସଂଖ୍ୟା ୧,୩୭,୬୨୧କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୮୮,୮୯,୫୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୪,୩୫,୬୦୩ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।