ବଲାଙ୍ଗିରରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ୩୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୨୪ଜଣ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିର ପୌରାଞ୍ଚଳର ଶାନ୍ତିପଡ଼ାରୁ ୬, ପ୍ୟାଲେସଲାଇନ ଓ କଲେଜ ଛକରୁ ୨ ଲେଖାଏଁ, ରାମେଶ୍ୱର ନଗର, ବରପାଲିପଡ଼ା ଓ ବେହେରାପାଲିରୁ ଜଣେ ଲେଖାଏଁ, ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରୁ ୨ଜଣ ରହିଛନ୍ତି । ସେହିପରି ଟିଟିଲାଗଡ଼ ପୌରାଞ୍ଚଳର ଠିକାଦାରପଡ଼ାରୁ ୪, ଆଗଲପୁରରୁ ୭, ଖପ୍ରାଖୋଲରୁ ୨, ଦେଓଗାଁ ବ୍ଲକ ବାନ୍ଦୁପଲି, ବଲାଙ୍ଗିର ବ୍ଲକ୍ ଫାସଡ଼ ଓ ଚନ୍ଦନଭାଟିରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।