Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୩୦୦୦ ବର୍ଷ ପୁରୁଣା ସହର ଆବିଷ୍କୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୩୦୦୦ ବର୍ଷ ପୁରୁଣା ସହର ଆବିଷ୍କୃତ

କାଏରୋ,ଏଜେନ୍ସି: ଇଜିପ୍ଟରେ ୩୦୦୦ ବର୍ଷ ପୁରୁଣା ଏକ ସହରକୁ ଆବିଷ୍କାର କରାଯାଇଛି। ଇଜିପ୍ଟ ପ୍ରତ୍ନତତ୍ତ୍ୱ ବିଭାଗର ଏହା ବିରାଟ ସଫଳତା ବୋଲି ସରକାର କହିଛନ୍ତି। ଖ୍ରୀଷ୍ଟପୂର୍ବ ୧୩୯୧ରୁ ୧୩୫୩ ମଧ୍ୟରେ ଏଟେନ୍ ନାମକ ଏହି ବିଲୁପ୍ତ ସହରକୁ ଇଜିପ୍ଟର ତତ୍କାଳୀନ ରାଜା ଆମେନହୋଟେଫ୍ ତୃତୀୟ ସ୍ଥାପନ କରିଥିଲେ ବୋଲି ଐତିହାସକମାନେ ମତବ୍ୟକ୍ତ କରିଛନ୍ତି। ସେତେବେଳେ ଲସ୍କର ନଦୀର ପଶ୍ଚିମତଟରେ ଅବସ୍ଥିତ ଏହି ସହରରେ ଇଜିପ୍ଟର ବ୍ୟାପକ ପ୍ରଶାସନିକ ଓ ଶିଳ୍ପୋଦ୍ୟୋଗ କାରବାର ଗଢିଉଠିଥିଲା। ଯୁବରାଜ ଟୁଟାନ୍ଖାମେନଙ୍କ ଗମ୍ଭୁଜର ଆବିଷ୍କାର ପରେ ଏହା ଇଜିପ୍ଟ ପ୍ରତ୍ନତତ୍ତ୍ୱ ବିଭାଗର ଦ୍ୱିତୀୟ ବଡ ସଫଳତାଭାବେ ମାନ୍ୟତା ପାଇଛି। ‘ବିଲୁପ୍ତ ସ୍ୱର୍ଣ୍ଣିମ ସହର’ ମାନ୍ୟତା ପାଇଥିବା ଏହି ସହରକୁ ଖନନ କରାଯିବାପରେ ତତ୍କାଳୀନ ଇଜିପ୍ସିଆନ ସଭ୍ୟତା ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ଜନ୍ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ଇଜିପ୍ଟୋଲୋଜି ବିଭାଗ ପ୍ରଫେସର ବେଟ୍ସି ବ୍ରିୟାନ କହିଛନ୍ତି। ଏହାବ୍ୟତୀତ ଏଭଳି ଏକ ପ୍ରାଚୀନ ସହର ଆବିଷ୍କୃତ ହୋଇଥିବାରୁ ଦେଶର ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଇଜିପ୍ଟ ସରକାର ଆଶାବ୍ୟକ୍ତ କରିଛନ୍ତି। କରୋନା ଓ ଆତଙ୍କବାଦ କାର୍ଯ୍ୟକଳାପ ଯୋଗୁଁ ବିଗତ ଦୁଇ ବର୍ଷ ହେଲା ବିଦେଶୀ ପର୍ଯ୍ୟଟକ ଇଜିପ୍ଟ ଆସିବାକୁ ଉଚିତ ମଣୁନାହାନ୍ତି। ଇଜିପ୍ଟର ଇତିହାସ ଅତ୍ୟନ୍ତ ରୋମାଞ୍ଚକର ହୋଇଥିବାବେଳେ ଏଠାରେ ଅବସ୍ଥିତ ପିରାମିଡ୍ ଓ ସ୍ପିଙ୍କ୍ସ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ସ୍ଥାନିତ ହୋଇସାରିଛି।

ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଛାତ୍ରୀ ପାଓଲା କାର୍ଟାଜାନାଙ୍କ ବୟାନ ଅନୁଯାୟୀ ପ୍ରତ୍ନତତ୍ତ୍ୱବିଦ୍ମାନେ ଗତବର୍ଷ ସେପ୍ଟେମ୍ବରରେ ପୂର୍ବତନ ରାଜା ରାମସେସ୍ ତୃତୀୟଙ୍କ ରାଜପ୍ରସାଦର ଭଗ୍ନାବଶେଷ ଖୋଜିବାକୁ ଉଦ୍ୟମ କରୁଥିବାବେଳେ ଏଟେନ୍ ସହରର ଲୁକ୍କାୟିତ ଇଟାରେ ନିର୍ମିତ କୋଠାଘର ଦେଖିବାକୁ ପାଇଥିଲେ। ଏପରିକି କେତେକ ପ୍ରକୋଷ୍ଠରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମଧ୍ୟ ସନ୍ଧାନ ମିଳିଛି। ଖନନରୁ ମିଳିଥିବା ବିରାଟ ରୋଷେଇ ଘରେ ମାଟିପାତ୍ର ଓ ବାସନକୁସନର ସନ୍ଧାନ ମିଳିଥିବାବେଳେ ହସ୍ତତନ୍ତ ପାଇଁ ଉଦ୍ଦିିଷ୍ଟ ଯନ୍ତ୍ରପାତି ଉଦ୍ଧାର କରାଯାଇଛି। ଅତୀତରେ କେତେକ ବିଦେଶୀ ପ୍ରତ୍ନତତ୍ତ୍ୱବିଦ୍ ଏହି ବିଲୁପ୍ତ ସହର ଆବିଷ୍କାର କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ମରୁଭୂମି ବାଲିରେ ଏଟେନ୍ ସହର ପୋତିହୋଇ ପଡିଥିବା ଐତିହାସିକମାନେ ଆଶଙ୍କା କରୁଛନ୍ତି।