ଇଣ୍ଡିଆ ବୁକଅଫ୍ ରେକର୍ଡ ରେ ସ୍ଥାନ ପାଇଲେ ୪ ବର୍ଷର ବେଦପ୍ରକାଶ

ଆଳି,ଏନ୍ଏନ୍ଏସ୍:-କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତର ଶ୍ରୀକାନ୍ତ ରଣାଙ୍କ ୪ ବର୍ଷର ପୁଅ ବେଦପ୍ରକାଶ ଇଣ୍ଡିଆ ବୁକଅଫ୍ ରେକର୍ଡ-୨୦୨୧ର ମେଧା ଅନ୍ୱେଶଣ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଯାହାକୁ ନେଇ ପରିବାର ସମେତ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ମୂତାବକ ଇଣ୍ଡିଆ ବୁକ ଅପ ରେକର୍ଡ୍ସ ୨୦୨୧ର ନିଜସ୍ୱ େଓବସାଇଟରେ ପକ୍ଷରୁ ଏକ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ମେଧା ଅନ୍ୱେଶଣରେ ଆଳି ଚଣ୍ଡିଆଗଡି ଗ୍ରାମର ଶ୍ରୀକାନ୍ତ ରଣା ଓ ଦେବୀପ୍ରିୟାଙ୍କ ୩ବର୍ଷ ୧୦ ମାସର ପୁଅ ବେଦ ପ୍ରକାଶ ଭାଗ ନେଇ ନିରବଛିନ ଭାବେ ଶ୍ଳୋକ ଓ ମନ୍ତ୍ର ଆବୃତି କରିବା ସହିତ ୨୩ ଟି ପତାକା, ୩୪ ଟି ଲୋଗୋ,୨୧ ଜଣ ସ୍ୱାଧିନତା ସଂଗ୍ରାମୀଙ୍କ ନାମ କହିବା, ୨୩ ଦେଶ,୨୮ ଟି ଭାରତୀୟ ରାଜ୍ୟ ଓ ସେଗୁଡିକର ରାଜଧାନୀ ନାମ କହିବା,୨୨ ଟି ଜାତୀୟ ଚିହ୍ନ ଓ ଓଡିଶାର ୩୦ ଜିଲ୍ଲା ଗୁଡିକର ନାମ ସଠିକ ଭାବେ କହି ଭାରତରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରି ଆଳି ପାଇଁ ଗୌରବ ଆଣିଛନ୍ତି।