କରୋନା ଟେଷ୍ଟ ଭୟରେ ୩୦୦ ବିମାନଯାତ୍ରୀ ଚମ୍ପଟ

ଗୁଆହାଟୀ,ଏଜେନ୍ସି: କୋଭିଡ୍ ପରୀକ୍ଷା ଭୟରେ ୩୦୦ ବିମାନଯାତ୍ରୀ ଆସାମର ସିଲଚର ବିମାନବନ୍ଦରରୁ ଚମ୍ପଟ ମାରିଥିବା ଜଣାପଡିଛି। ତେବେ ଏମାନଙ୍କୁ ଖୁବଶୀଘ୍ର ଧରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାଚାର ଏସପି କହିଛନ୍ତି। ଆସାମ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟକୁ ଆସୁଥିବା ପ୍ରତ୍ୟେକ ବିମାନଯାତ୍ରୀ କୋଭିଡ୍ ପରୀକ୍ଷାର ସମ୍ମୁ୍ଖୀନ ହେବା କଥା। ଏଥିପାଇଁ ସବୁ ବିମାନବନ୍ଦର ନିକଟରେ କୋଭିଡ୍ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ତେବେ ସିଲଚରରେ ପହଞ୍ଚିବାପରେ ଏହି ଯାତ୍ରୀମାନେ କୋଭିଡ୍ କେନ୍ଦ୍ରକୁ ନଯାଇ ସିଧାସଳଖ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିବା ଜଣାପଡିଛି। ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୮୦ ଓ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।