ଦେଶକୁ ଭଗବାନ ଚଳାଉଛନ୍ତି : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହୋଇଥିବା ଅକ୍ସିଜେନର ଅବାଧ ଯୋଗାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବାକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କଲାବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ସରକାର କେଉଁ ସ୍ଥାନକୁ କେତେ ଅକ୍ସିଜେନ ଯୋଗାଇ ଦିଆଯିବ ତାହା ସ୍ଥିର କରିଥିଲେ ମଧ୍ୟ ଏହି ନିଷ୍ପତ୍ତି ଯଥାର୍ଥ ଭାବେ କାର୍ଯ୍ୟକାରୀ ହେଉନଥିବା ଦେଖାଯାଇଛି। ସରକାର ଏଭଳି ନିଷ୍ପତ୍ତିକୁ ଗୁରୁତ୍ୱର ସହ କାର୍ଯ୍ୟକାରୀ କରୁନଥିବା ସ୍ପଷ୍ଟ ହୋଇଛି। ଯାହା କୁହାଯାଉଛି ଏବଂ ଆମେ ସମସ୍ତେ ମଧ୍ୟ ଜାଣିଛେ ଏ ଦେଶକୁ କେବଳ ଭଗବାନ ଚଳାଇଛନ୍ତି।