ମାଓବାଦୀଙ୍କ ବଡଧରଣର ଯୋଜନା ପଣ୍ଡ, ଜବତ ହେଲା ୩ଟି ଟିଫିନ୍ ବୋମା

ମାଲକାନଗିରି,ଏନ୍ଏନ୍ଏସ୍: ଆନ୍ଧ୍ର ଓଡିଶା ସୀମାନ୍ତରେ କୁମ୍ବିଂ ଅପରେସନ ସମୟରେ ବିଏସଏଫ ଯବାନ ୩ଟି ଟିଫିନ୍ ବୋମା ଜବତ କରିଛନ୍ତି। ମାଲକାନଗିରି ଯନ୍ତାପାଇଠାରେ ଥିବା ବିଏସଏଫର ୯ ବାଟାଲିୟନର ଯବାନମାନେ କୁମ୍ବିଂ କରୁଥିବା ବେଳେ ଚିନ୍ତାଲନୁର ଓ ମନ୍ଦାପାଲି ଗାଁ ପାହାଡ ନିକଟରୁ ଏହି ବମ୍ ଉଦ୍ଧାର ହୋଇଛି।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହାକୁ ଖଞ୍ଜାଯାଇଥିଲା ବୋଲି ଆଶଙ୍କା କରାଯାଉଛି। ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଦେଇଥିଲେ। ଫଳରେ ଏକ ବଡ ଧରଣର ଅଘଟଣରୁ ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।