really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସୋମବାର ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅଧିନ ଅଞ୍ଚଳଗୁଡିକର ଘଞ୍ଚ ଜଙ୍ଗଲଗୁଡିକରେ ଲୁଚିଛପି ପୋଚ ଓ ବେଆଇନ ଦେଶି ରନ୍ଧାମଦ ତିଆରି କରୁଥିବା ସ୍ଥାନଗୁଡିକରେ ଚଢାଉ କରି ବିପୁଳ ପରିମାଣରେ ପୋଚକୁ ନଷ୍ଟ କରିବା ସହ ରନ୍ଧାମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଥିବା ଚୋରା ମଦ ବ୍ୟବସାୟୀମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ସାେମବାର ଦିନ ରାୟଗଡ ଜିଲ୍ଲା ସଦର ବ୍ଲକ ମୀରାବାଲି ପଞ୍ଚାୟତର ବିଭିନ୍ନ ଗାଁରେ ଶେଷଖାଲ ଥାନାଧିକାରୀ ଶ୍ରୀମତି ବିଜୟଲକ୍ଷ୍ମୀ ହୁଇକାଙ୍କ ନେତୃତ୍ୱରେ ଚଢାଉ କରାଯାଇ ଥିଲା । ଏହି ଚଢାଉ ସମୟରେ ବେଆଇନ ଦେଶି ମଦଭାଟି ଭାଙ୍ଗିବା ସହ ୩୦୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା । ତେବେ ମିରାବାଲି ଗ୍ରାମର ରମଣି ବିଡିକା(୩୫) ଏହି ମଦଭାଟିର କରିଥିବାବେଳେ ତାଙ୍କ ଠାରୁ ୨୦ଲିଟର ଦେଶୀ ରନ୍ଧାମଦ ଜବତ କରିଛି ପୁଲିସ । ବେଆଇ ଦେଶିମଦ ରାନ୍ଧିବା ମାମଲାରେ ରମଣିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଥାନାଧିକାରୀ ଶ୍ରୀମତି ହୁଇକା ।
ଏହା ପୂର୍ବରୁ ଶେଷଖାଲ ଥାନା ଅଧିନର ଜିମ୍ବାକାଟି, ରେଙ୍ଗାଲପାଡୁ, ସାନ୍ଧୁବାଡି ଅଞ୍ଚଳରେ କେବଳ ଶେଷଖାଲ ପୁଲିସ ଚଢାଉ କରି ବିପୁଳ ମାତ୍ରାରେ ପୋଚ ଏବଂ ଦେଶି ମଦ ଭାଟିଗୁଡିକ ଭାଙ୍ଗି ନଷ୍ଟ କରାଯାଇଛି ।
ପ୍ରକାଶ ଥାଉ କି ଜିଲ୍ଲା ସଦର ମହକୁମାର ୨୦ କିଲୋମିଟର ପରିଦ୍ଧି ମଧ୍ୟରେ ଛତୁ ଫୁଟିବା ଭଳି ବେଆଇନ ଦେଶି ମଦ ଭଟି ଗଢିଉଠିଥିବା ବେଳେ ଧର ପଗଡ କିମ୍ବା ଚୋରା ମଦ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନି ଅବକାରୀ ବିଭାଗ । ଲାଗୁଛି ସତେ ଯେପରି ସ୍ଥାଣୁ ପଲଟିଯାଇଛି ସମ୍ପୃକ୍ତ ବିଭାଗ । ବେଳ ଥାଉଣୁ ସଜାଗ ନ ହେଲେ ବଡ ଧରଣର ମଦ ମୃତ୍ୟୁକୁ ଏଡାଇ ଦେଇ ହେବନାହିଁ ।