୩ ଏସଆଇଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ଷମତାର ଦୁରୁପଯୋଗ କରିଥିବା ନେଇ ଶୁକ୍ରବାର ୩ଜଣ ପୁଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାଯାଇଛି। ତେବେ କ୍ଷମତାର ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସେମାନଙ୍କୁ କାର୍ଯ୍ୟରୁ ଅବସର ଦିଆଯାଇଥିବା ପୁଲିସ ଡିଜି କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‍ ଜରିଆରେ ସୂଚନା ଦିଆଯାଇଛି। ସେମାନେ ହେଲେ ସବ୍‌ଇନ୍ସପେକ୍ଟର ବନମାଳୀ ନାୟକ, କିଶୋର କୁମାର ବାଗ୍‌ ଓ ବୀରବର ଲେଙ୍କା।

ତେବେ ଓଡ଼ିଶା ସର୍ଭିସ କୋଡ଼ ଧାରା ୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ବିଟରେ ସୂଚନା ଦିଆଯାଇଛି। ସେହିପରି ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏସଆଇ ବନମାଳୀଙ୍କ ଚାକିରି ଆଉ ୪ବର୍ଷ ଥିବାବେଳେ ତାଙ୍କୁ ବଧ୍ୟତାମୂଳକଅବସର ଦିଆଯାଇଛି। ସୂଚନା ଅନୁସାରେ ଏସଆଇ ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବାବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏ ନେଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।