ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗର ୩ ପୁଲିସ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦେଲା ନିର୍ବାଚନ କମିସନ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ସରକାର ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁସାରେ ବଦଳି ହୋଇଥିବା ପୁଲିସ ଅଫିସରମାନେ ହେଲେ ଆଳିପୁରଦୁଆର ଅମିତାଭ ମାଇତି, ହୁଗୁଳିର ଡିଏସପି ତଥାଗତ ବାସୁ, ଡାଇମଣ୍ଡ ହାରବୋରର ଅତିରିକ୍ତ ଏସପି ମିଥୁନ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ପଶ୍ଚିମବଙ୍ଗ ସରକାରର ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି। ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ସହ ସମ୍ବେଦନଶୀଳ ବୁଥକୁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ମାର୍ଚ୍ଚ ୨୭ରୁ ଅପ୍ରେଲ ୨୯ ମଧ୍ୟରେ ମଧ୍ୟରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପଶ୍ଚିମବଙ୍ଗର ୨୯୪ ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଦୁଇଟି ପର୍ଯ୍ୟାୟରେ ୬୦ଟି ଆସନରେ ମତଦାନ ଶେଷ ହୋଇଛି। ଆସନ୍ତା ଅପ୍ରେଲ ୬ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ମେ’ ୨ରେ ଫଳାଫଳ ଘୋଷଣା କରାଯିବ।