ବାରିପଦା,ଏନ୍ଏନ୍ଏସ୍: ଆଜି ମୟୁରଭଞ୍ଜ ଜିଲ୍ଲାରୁ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି। ବିଜାତୋଳା ବ୍ଲକ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ଏବଂ ବାରିପଦା ପୌରପରିଷଦ ଗୃହ ସଙ୍ଗରୋଧରୁ ଜଣେ ଚିହ୍ନଟ ହୋଇଛନ୍ତି। ଏମାନଙ୍କର ସ୍ୱାବ ରିପୋର୍ଟ ପଜିଟିଭ ବାହାରିବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଜିଲ୍ଲାରେ ସୁସ୍ଥସଂଖ୍ୟା ୩୩୭ଥିବାବେଳେ ସକ୍ରିୟ ସଂଖ୍ୟା ୧୩୧ ରହିଛି।