କରୋନା ଲଢ଼େଇରେ ହାରିଲେ ଆଉ ୩

ଭୁବନେଶ୍ୱର: କରୋନାରେ ଆଉ ୩ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ଜଣେ ୮୨ ବର୍ଷୀୟ ବୃଦ୍ଧ, ପୁରୀରୁ ଜଣେ ୭୮ ବର୍ଷୀୟା ବୃଦ୍ଧା ଓ ନୂଆପଡ଼ାରୁ ୭୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ଏମାନେ ସମସ୍ତେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।