ରାଜ୍ୟରେ ୩୫୬ କରୋନାରେ ସଂକ୍ରମିତ: ସଂଖ୍ୟା ୩ଲକ୍ଷ ୨୫ ହଜାର ୮୬୧କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧୫୭ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୫ ହଜାର ୮୬୧କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ ୩୫, ଅନୁଗୁଳ ଓ ମୟୁରଭଞ୍ଜରୁ ୨୯ ଲେଖାଏଁ, ବାଲେଶ୍ୱରରୁ ୨୬, ସମ୍ବଲପୁରରୁ ୨୫, ପୁରୀରୁ ୨୦, କଟକରୁ ୧୯, ନୂଆପଡ଼ାରୁ ୧୮, ବରଗଡ଼ରୁ ୧୭ ଓ ଜଗତସିଂହପୁର ଜିଲ୍ଲାରୁ ୧୩ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬୫ଲକ୍ଷ ୬୯ ହଜାର ୨୭୯ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୨୫ ହଜାର ୮୬୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୨୦ ହଜାର ୯୪୭ଜଣ ସୁସ୍ଥ ହୋଇଛନ୍ତି, ୧୮୩୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୦୨୯ ଜଣଙ୍କ ଚିକିତ୍ସା ଜାରି ରହିଛି।