- ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଜିଲ୍ଲାର ଭଦ୍ରାଦୀ କୋଥାଗୁଡିମ ଜିଲ୍ଲା ଅନ୍ତର୍ଗତ ଭଦ୍ରଚାଲାମ ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ମୁଲକାନପାଲୀ ଅଞ୍ଚଳରେ ରହୁଥିବା ଏହି ୩ ଜଣ ନକ୍ସଲ ଦୀର୍ଘଦିନ ଧରି ମାଓ ସଂଗଠନରେ କାମ କରୁଥିଲେ। ତେବେ ସଂଗଠନରେ ଲାଗିରହିଥିବା ଭେଦଭାବ ଏବଂ ନିର୍ଯାତନା ସଂଗଠନ ଛାଡିବାକୁ ବାଧ୍ୟ କରିଥିବା ଏମାନେ କହନ୍ତି। ପୁଲିସ ନିକଟରେ ଆତ୍ମସମର୍ପଣ ପରେ ପୁଲିସ ଏହି ୩ ନକ୍ସଲଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବ ବୋଲି କହିଛି। ଆତ୍ମନିର୍ଭଶୀଳ କରାଇବା ସହ ଆଗାମୀ ଦିନରେ ଘରଡିହ ମଧ୍ୟ ଦେବ। ତେବେ ପୁଲିସ ଲଗାତର ପାର୍ଟିରେ କାମ କରୁଥିବା ଲୋକଙ୍କୁ ପାର୍ଟି ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କରୁଛି।