ତିନି ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ସମଗ୍ର ଦେଶରେ ଆଜି ସଶସ୍ତ୍ର ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଇଛି। ଜଳ, ସ୍ଥଳ ଓ ବାୟୁସେନା ନିଜ ନିଜ ଅନ୍ଦାଜରେ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପ୍ରତି ଆଭାର ପ୍ରକଟ କରିଛନ୍ତି। ସମଗ୍ର ଦେଶରେ ଲଢ଼ୁଆ ବିମାନ ଉଡ଼ିବା ସହ କୋଭିଡ ହସ୍ପିଟାଲରେ ହେଲକପଟରରୁ ଫୁଲ ବର୍ଷା ମଧ୍ୟ କରାଯାଇଛି।