ଭୁବନେଶ୍ୱର, ଏନ୍ଏନ୍ଏସ୍: ବର୍ତ୍ତମାନ ରାଜ୍ୟକୁ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ତଥ୍ୟ ନଜଣାଇ ରାଜ୍ୟକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବସରେ ଆସିବା ପୂର୍ବରୁ ତଥ୍ୟ ଦେବା ସହ ପାସ୍ ନନେଇ ଆସିଲେ ରାଜ୍ୟକୁ ପ୍ରବେଶ କରିବାକୁ ଦିଆଯିବନି। ମାତ୍ରାଧିକ ପ୍ରବାସୀ ଓଡ଼ିଆ ଥିବା ବସକୁ ଫେରାଇ ଦିଆଯିବ। ନିର୍ଦ୍ଧାରିତ ରୁଟରୁ ଭୁଲ ଗଲେ ବସକୁ ସିଜ କରାଯିବ। କୌଣସି ବ୍ୟକ୍ତି ବିଶୃଙ୍ଖଳିତ ହେଲେ କିମ୍ବା ନିୟମ ଉଲଂଘନ କଲେ ଗିରଫ କରାଯିବ। କ୍ୱାରେଣ୍ଟାଇନ ନିୟମ ଖିଲାପକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୂୂର ଜିଲ୍ଲାରେ କ୍ୱାରେଣ୍ଟାଇନ କରାଯିବ। କ୍ୱାରେଣ୍ଟାଇନ ଅବଧି ବୃଦ୍ଧି ସହ ସହାୟତା ଦିଆଯିିବ ନାହିଁ।