ନୂଆଦିଲ୍ଲୀ : ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସିକୁ ନେଇ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୦ଟି ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି।
ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ଏହି ହିଂସାରେ ଗୁଳିମାଡ଼ ଏବଂ ପଥରମାଡ଼ ଯୋଗୁ ଦୁଇ ଗୋଷ୍ଠୀର ବହୁ ଲୋକ ଆହତ ହୋଇଛନ୍ତି। ଏପରି କି ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ଜଣେ ପୁଲିସ କର୍ମଚାରୀ ରତନ୍ ଲାଲଙ୍କ ମୃତ୍ୟୁ ଘଟିଛି। ସେହିପରି ଟେକା ପଥର ମାଡ଼ରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ହିଂସା ଷ୍ଟିକାରୀମାନେ ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେବା ଫଳରେ ତାହା ସମ୍ପୂର୍ଣ୍ଣ ଜଳିଯାଇଛି। ୬ ରୁ ୮ କିଲୋମିଟର ରାସ୍ତାରେ ଏହି ହିଂସାକାଣ୍ଡ ଘଟିଥିଲା। ସନ୍ଧ୍ୟାରେ ଦଙ୍ଗାକାରୀ ବିଭିନ୍ନ ଗଳିକନ୍ଦିରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହିତ ଦୋକାନବଜାର ଭଙ୍ଗାରୁଜା କରିଛନ୍ତି।