ଏସି ସର୍ଟସର୍କିଟ ହୋଇ ନିଆଁ ଲାଗି ୩ ମୃତ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଜିଲ୍ଲାର ପୋସାରି ନୂଆଗାଁ ସ୍ଥିତ ପାଣିଗ୍ରାହୀ ସାହିରେ ଗତକାଲି ରାତିରେ ଏକ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ରାତ୍ରିରେ ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଘରେ ଶୋଇଥିବା ବେଳେ ଅଚାନକ ଏସି ସର୍ଟସର୍କିଟ ହୋଇ ଘରେ ନିଅଁ ଲାଗିଯାଇଥିଲା। ଏହି ସମୟରେ ଘର ଭିତରେ ତାଙ୍କ ପତ୍ନୀ, ପୁଅ ଓ ଅନ୍ୟ ୨ଜଣ ଥିଲେ।

ତେବେ ନିଆଁ ଲାଗିଥିବା ଦେଖି ଅଲେଖ ତାଙ୍କ ପୁଅକୁ ଅଗ୍ନିଶମ ବିଭାଗକୁ ଫୋନ କରିବାକୁ କହିବା ସହ ପୁଅ ଓ ପତ୍ନୀଙ୍କୁ ଘରୁ ବାହାରକୁ କାଢ଼ିଦେଇଥିଲେ। ପରେ ଅନ୍ୟ ୨ ଜଣଙ୍କୁ ବାହାରକୁ ଆଣିବାକୁ ଯାଇ ଅଲେଖ ନିଜେ ଫସି ଯାଇଥିଲେ। ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୁର୍ମୂଷ ଅବସ୍ଥାରେ ଘର ଭିତରୁ ଶବକୁ ପଦାକୁ ଆଣଥିଲେ। ସେଠାରୁ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଅନ୍ୟ ୨ ଜଣଙ୍କ ପରିଚୟ ମଳିପାରି ନାହିଁ।