୩ ଅଜଣା ଗଳିତ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମର ତନାଘନା

ଦେବଗଡ,ଏନଏନଏସ : ବାରକୋଟ ଥାନା ଅନ୍ତର୍ଗତବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଆଜି ଅପରାହ୍ନରେ ପୁଲିସ ୩ ଟି ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରିଛି। ତେବେ ମୃତକ ଙ୍କ କୈାଣସି ପରିଚୟ ମୀଳି ନଥିବା ବେଳେ ପ୍ରାଥମିକ ତଦନ୍ତ ବେଳେ ପୁଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲିଜାଣିବାକୁ ପାଇଛି।ମିଳିଥିବା ସୂଚନା ଅନୁଯାୟୀ ବାଲିରୋଇ ଗ୍ରାମର ଜଙ୍ଗଲ ନିକଟସ୍ଥ ରାସ୍ତା କଡରେ ଜଣେ ମହିଳାଙ୍କ ଅର୍ଦ୍ଧ ଗଳିତ ମୃତ ଦେହ ଅଧା ପୋତା ଅବସ୍ଥାରେ ଦେଖି ଗ୍ରାମବାସୀ ବାରକୋଟ ଥାନା କୁ ଗତକାଲି ସୂଚନା ଦେଇଥିଲେ।

ଗ୍ରାମବାସୀ ଙ୍କ ସୂଚନା ପାଇ ପୁଲିସ ସନ୍ଦାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଆଜି ମଧ୍ୟାହ୍ନରେ ଘଟଣା ସ୍ଥଳ କୁ ଯାଇ ମୃତ ଦେହ ଉଦ୍ଦାର କରିଥିବା ବେଳେ ମହିଳାଙ୍କ ଶରିରର ଉପରଭାଗ କୈାଣସି ସନ୍ଧାନ ପାଇ ନଥିବା ବେଳେ ଅଣ୍ଟାରୁ ତଳ ଭାଗ ଅଂଶ ଉଦ୍ଧାର କରିଥିଲା। ପରେ ମହିଳା ଙ୍କୁ ପୋତାଯାଇଥିବା ସ୍ଥାନ କୁ ଅଧିକ ଖୋଳିବା ପରେ ସେଠାରୁ ୨ ଶିଶୁ ଙ୍କ ମୃତ ଦେହ ମିଳିଥିଲା।ଫଳରେ ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ସନ୍ଧାନୀ କୁକୁର ସହାୟତାରେ ତଳାସି ଅଭିଯାନ କରିଥିଲେ ମଧ୍ୟ କୈାଣସି ସୁଫଳ ପାଇପାରି ନଥିଲେ।ଅନ୍ୟ ପକ୍ଷରେ ମୃତ ୨ ଶିଶୁ ଙ୍କ ନିକଟରୁ ଫ୍ରକ ଉଦ୍ଧାର ହୋଇଥିବାରୁ ମୃତ ୨ ଶିଶୁ କନ୍ୟା ସନ୍ତାନ ଥିବା ଆଶଙ୍କା କରିଛି।

ସେହିପରି ପ୍ରଥମେ ୨ ଶିଶୁ ଙ୍କୁ ମାଟିରେ ପୋତିବା ପରେ ମହିଳାଙ୍କୁ ପୋତାଯାଇଥିବା ଏବଂ ମୃତଦେହ ନିକଟରୁ ଏକ କମଳା ରଙ୍ଗର ଶାଢୀ ଜବତ କରିଛି।ତେବେ ମୃତ ଦେହ କୁ କିଏ କିପରି ,କେଉଁଠାରୁ ଆଣି ପୋତିଛି ସେ ନେଇ କୈାଣସି ସଠିକ ସିଦ୍ଧାନ୍ତରେ ପହଚିଂ ପାରି ନଥିବା ବେଳେ ଏହା ପୁଲିସ ପାଇଁ ଏକ ଅସମାହିତ ପ୍ରଶ୍ନ ଭାବେ ଉଭା ହୋଇଛି।ଏହି ଘଟଣାରେପୁଲିସ ଏକ ମାମଲା ଋୁଜ୍ଜୁ କରି ଆଜି ଜବତ ମୃତଦେହର ଅଂଶ କୁ ସାଇଣ୍ଟିଫିକ ଟିମ ଫରେନସିକ ଲାବ କୁ ପଠାଇଥିବା ବେଳେ ଅବଶିଷ୍ଠ ଅଂଶ କୁ ଆସନ୍ତାକାଲି ଦେବଗଡ ଡାକ୍ତରଖାନାରେ ବ୍ୟବଚ୍ଚେଦ କରାଯିବ ବୋଲି ଜଣାପଡିଛି।