ଜବତ ଚୌକାଠ ଚୋରି ଅଭିଯୋଗରେ ୩ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଲଇମୁରା ଥାନାଞ୍ଚଳ ଫରେଷ୍ଟ ବିଟ ହାଉସରୁ ଗତ ୧୩ ତାରିଖରେ ଜବତ ଶାଳ ଚୌକାଠ ଚୋରି ଅଭିଯୋଗରେ ଲଇମୁରା ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭାଗିରଥି ସାହୁ, ହରେକୃଷ୍ଣ ପୃଷେଠ ଓ ପ୍ରକାଶ ବାଡ଼ା । ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଚୋରି ଚୌକାଠ ଜବତ କରିଥିବା ଜଣାପଡ଼ିଛି ।