ପଞ୍ଜାବ,ଏଜେନ୍ସି: ରବିବାର ଭାରତ- ପାକ୍ ସୀମାନ୍ତସ୍ଥିତ କର୍ତ୍ତାରପୁର କରିଡରକୁ ଆଜି ଦ୍ୱିତୀୟ ଦଫା ଭାରତୀୟ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତାରପୁର ଚେକପୋଷ୍ଟ ଉଦ୍ଘାଟନ କରି ପ୍ରଥମ ଦଫା ତୀର୍ଥଯାତ୍ରୀଙ୍କୁ ପତାକା ଉଡ଼ାଇ ପାକିସ୍ତାନ ଯିବାକୁ ଅନୁମତି ଦେଇଥିଲେ। ପ୍ରାୟ ୭୦ ବର୍ଷ ପରେ ଭାରତ- ପାକିସ୍ତାନ ମଧ୍ୟରେ ପ୍ରଥମ ଥର ପାଇଁ ଧାର୍ମିକ ମାର୍ଗ ଖୋଲିଛି।
ପ୍ରଥମ ଦଫାରେ ୫୯୯ ତୀର୍ଥଯାତ୍ରୀ କର୍ତାରପୁର ପୀଠକୁ ଯାତ୍ରା କରିଥିଲେ। ପ୍ରଥମ ଦଫା ତୀର୍ଥଯାତ୍ରୀଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅକଲ୍ ଜାଠେଦାର ହରପ୍ରୀତ ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ସୁଖବୀର ସିଂହ ବାଦଲ, ହର୍ସିମରାତ କୌର ବାଦଲ ଓ ନଭଜୋତ ସିଂହ ସିଦ୍ଧୁ ଅଛନ୍ତି। ଏହା ବ୍ୟତୀତ ଏସ୍ଜିପିସି ସଭ୍ୟ, ପଞ୍ଜାବର ୧୧୭ ବିଧାୟକ ଓ ସାଂସଦମାନେ ମଧ୍ୟ ତୀର୍ଥଯାତ୍ରୀଙ୍କ ଭିତରେ ଅଛନ୍ତି। ଦ୍ୱିତୀୟ ଦଫା ଯାତ୍ରୀଙ୍କଠାରୁ ସେବା ଫି’ ଆଦାୟ କରାଯିବ।
