Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରିଆମାଳରେ ଖୋଲିଲା ଜିଲ୍ଲାର ୨ୟ ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ଗୋପାଳନ ପାଇଁ ଓଏମସି ପକ୍ଷରୁ ୨ କୋଟି ସହାୟତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରିଆମାଳରେ ଖୋଲିଲା ଜିଲ୍ଲାର ୨ୟ ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ଗୋପାଳନ ପାଇଁ ଓଏମସି ପକ୍ଷରୁ ୨ କୋଟି ସହାୟତା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓମଫେଡ ପକ୍ଷରୁ ସମ୍ବଲପୁର ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ଜରିଆରେ ଆଜି ଜିଲ୍ଲାର ରିଆମାଳ ବ୍ଲକ ମୁଖ୍ୟାଳୟରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ରିଆମାଳ ଶିବ ମନ୍ଦିର ନିକଟରେ ନବ ନିର୍ମିତ ଦୁଗ୍ଧ ସଂଗ୍ରହ କୋଠାରେ ୧ ହଜାର ଲିଟର ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ଯନ୍ତ୍ର ସ୍ଥାପନ କରାଯାଇଥିବାବେଳେ ଆଜି ଏହାକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଫିତା କାଟି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓମଫେଡ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାକ ସତ୍ୟ ରଞ୍ଜନ ରାଉତ, ଓମଫେଡ ସହକାରୀ ପରିଚାଳକ ଡାକ୍ତର ସଞ୍ଜୀବ କୁମାର ଶତପଥୀ, ସାମୁଲ ସଭାପତି ବିଦ୍ୟାଧର ପ୍ରଧାନ ଓ ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୁରିଆ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଦୁଗ୍ଧ ଚାଷୀଙ୍କୁ ଉଦବୋଧନ ଦେଇଥିଲେ । ଏହାସହ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସରକାରଙ୍କ ଏହି ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିବା ସହ ପଞ୍ଜିକୃତ ଦୁଗ୍ଧ ଚାଷୀଙ୍କୁ ଓମଫେଡ ପକ୍ଷରୁ ଗୋଖାଦ୍ୟ, ଔଷଧ ଓ ଆଧୁନିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବା ନେଇ ସୂଚନା ଦେଇଥିଲେ । ସେହିପରି ଆଗାମୀ କିଛି ମାସ ମଧ୍ୟରେ ତିଳେଇବଣି ବ୍ଲକରେ ମଧ୍ୟ ଦୁଗ୍ଧ ଚାଷୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ସେହିପରି ଓଏମସି ପକ୍ଷରୁ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଦେବଗଡ଼ ଜିଲ୍ଲାରେ ଡାଏରୀ ଡେଭଲପମେଣ୍ଟ ପାଇଁ ପ୍ରାୟ ୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ଆଜି ଦୁଗ୍ଧ ଚାଷୀଙ୍କ ପାଇଁ ଉଦଘାଟିତ ଦୁଗ୍ଧ ଶିତଳୀକରଣ ଓ ସଂଗ୍ରହ କେନ୍ଦ୍ର ଉଦଘାଟନ ଦିବସରେ ରିଆମାଳ, ଶିମିଳିତା, ଟିଂକବିର, ମଳେଇପଡ଼ା, ନାଉଲିପଡ଼ା, ଦଶଘରିଆ ଓ ଧଉରାଗୋଠ ଦୁଗ୍ଧ ସେବା ସମବାୟରେ ପଞ୍ଜିକୃତ ଚାଷୀ ଉତ୍ପାଦିତ କ୍ଷୀର ପ୍ରଦାନ କରିଥିଲେ । ଅଞ୍ଚଳରେ ଦୁଗ୍ଧ ଚାଷୀ ସେମାନଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।