ପ୍ରକାଶ ପାଇଲା +୨ କଳା ରେଜଲ୍ଟ

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ +୨ କଳା ରେଜଲ୍ଟ ପ୍ରକାଶ ପାଇଛି । ଏଥର ମୋଟ ପାସହାର ୭୮.୭୭ ପ୍ରତିଶତ ରହିଛି । ଝିଅଙ୍କ ପାସ ହାର ୮୫.୬୬ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ ହାର ୭୦.୪୩ ପ୍ରତିଶତ ରହିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧ଲକ୍ଷ ୮୧ ହଜାର ୮୬୯ ଜଣ ପାସ୍ ହୋଇଛନ୍ତି ।