ଓଡ଼ିଶା ଦ୍ୱିତୀୟ ଇନିଂସ ୧୮୭ରେ ଅଲଆଉଟ୍, ବିହାରକୁ ୨୯୬ ଟାର୍ଗେଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ଠାରେ ଚାଲିଥିବା ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିର ତୃତୀୟ ଦିନ ଖେଳରେ ଓଡ଼ିଶା ଦଳ ସମସ୍ତ ୱିକେଟ ହରାଇ ୧୮୭ ରନ୍‍ କରିଛି। ଏହାର ଆଉ ଗୋଟାଏ ଦିନ ଖେଳ ବାକିଥିବା ବେଳେ ବିହାରକୁ ମ୍ୟାଚ ଜିତିବା ପାଇଁ ମୋଟ ୨୯୬ ରନର ଆବଶ୍ୟକତା ରହିଛି।

ଓଡ଼ିଶାର ଦ୍ୱିତୀୟ ଇନିଂସରେ ଦଳ ତରଫରୁ ସୌରଭ କୁମାର ଖୁଣ୍ଟିଆ ସର୍ବାଧିକ ୬୪ ରନ୍ କରିଥିବା ବେଳେ କାର୍ତ୍ତିକ ବିଶ୍ୱାଳ ୩୯ ରନ କରି ନଟଆଉଟ ରହିଥିଲେ। ବିନିନ ମହାନ୍ତି ୩୨ ରନ କରିଥିଲେ। ବିହାର ତରଫରୁ ସଚିନ ସିଂ ୫୫ ୱିକେଟ ନେଇଥିବା ବେଳେ ସବୀର ବସିର ଖାନ୍ ୩ଟି ୱିକେଟ ନେଇଛନ୍ତି। ଆଜିର ଖେଳ ସହିତ ୪ର୍ଥ ଦିନ ଖେଳ ସମ୍ପୂର୍ଣ୍ଣବାକି ଥିବାରୁ ମ୍ୟାଚ୍‌ ରୋମାଞ୍ଚକର ହେବବୋଲି ଆଶା କରାଯାଉଛି।