ଛତିଶଗଡ଼ର ବିଜାପୁରରେ ହୋଇଥିବା ନକ୍ସଲୀ ଆକ୍ରମଣକୁ ନେଇ ସିଆରପିଏଫ୍ ଡିଜି କୁଲଦୀପ ସିଂ ବଡ଼ ବୟାନ ଦେଇଛନ୍ତି। କୁଲଦୀପ କହିଛନ୍ତି ଯେ, ଆକ୍ରମଣରେ ନିଶ୍ଚିତ ରୂପେ ୨୮ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଅଧିକ ବି ହୋଇପାରେ। ଆଉ ଆହତଙ୍କ ସଂଖ୍ୟା ଏହାଠୁ ଆହୁରି ଅଧିକ ହେବ।
କୁଲଦୀପ ଆହୁରି କହିଛନ୍ତି ଯେ, ଶନିବାର ହୋଇଥିବା ଏହି ବଡ଼ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୮ ଡିଆରଜି ବୀଜାପୁର ଯବାନ, ୬ ଛତିଶଗଡ଼ ଏସଟିଏଫ୍ ଯବାନ, ୭ କୋବରା ଯବାନ ଓ ଜଣେ ବସ୍ତାରିୟା ବାଟାଲିୟାନ ଯବାନ ରହିଛନ୍ତି। ନିଖୋଜ ଥିବା ଜଣେ ଯବାନଙ୍କ ସମ୍ବନ୍ଧରେ ଏବେସୁଦ୍ଧା କୌଣସି ସୂଚନା ମିଳିନାହିଁ।