ଅରୁଣାଚଳ ପ୍ରଦେଶର ଅଗ୍ନି ପୀଡ଼ିତଙ୍କୁ ବରୁଣ ଓ ନତାଶାଙ୍କ ୧ଲକ୍ଷ ଟଙ୍କା ଭେଟି

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଆଜିକାଲି ତାଙ୍କ ଟିମ୍ ସହ ଅରୁଣାଚଳ ପ୍ରଦେଶରେ ‘ଭେଡିୟା’ ଫିଲ୍ମର ସୁଟିଂ କରୁଛନ୍ତି। ଇତିମଧ୍ୟରେ ବରୁଣ ପତ୍ନୀ ନତାଶା ଦଲାଲଙ୍କ ସହ ମିଶି ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ଅଗ୍ନି ପୀଡ଼ିତଙ୍କୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଅନ୍ୟପଟେ ବରୁଣ ଓ ନତାଶାଙ୍କ ଟ୍ରାଡିସନାଲ ଆଉଟଫିଟରେ ପୋଜ୍ ଦେଉଥିବା ଫଟୋ ସୋଶିିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ଉଭୟ ବେଶ୍ ସୁନ୍ଦର ଦିଶୁଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ଲଂଗଲିଆଁଗ ଗାଁରେ ନିଆଁ ଲାଗି ବହୁ ଜୀବନ ପ୍ରଭାବିତ ହୋଇଥିଲା। ଏହି ଘଟଣାରେ ଜଣେ ଶିଶୁ ସମେତ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।