ରାୟପୁର,ଏଜେନ୍ସି: ରବିବାର ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ୨୭ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୫ଜଣଙ୍କ ନାମରେ ପୁରସ୍କାର ଘୋଷଣା କରାଯାଇଥିଲା । ମାଓବାଦ ବିଚାରଧାରାରେ ନିରାଶ ହୋଇ ପୁଲିସର ପୁନର୍ବାସ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତବର୍ଷ ଜୁନ୍ରେ ମାଓବାଦୀଙ୍କ ପୁନର୍ବାସ ଉଦ୍ଦେଶ୍ୟରେ ‘ଲାନ୍ ବର୍ରାତୁ(ନିଜ ଘରକୁ ଫେରନ୍ତୁ)’ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନଦ୍ୱାରା ପ୍ରଭାବିତ ହୋଇ ବର୍ତ୍ତମାନ ସୁଦ୍ଧା ୧୭୭ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି ।