ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁ ମଗାଡୀ ରୋଡ଼ ଠାରେ କାମାକ୍ଷା ପାଲିଆ ଅଞ୍ଚଳରେ ଆଜି ପ୍ରବାସୀ ଓଡ଼ିଆ ମାନେ ରାସ୍ତା ରୋକ କରିଛନ୍ତି। ତେବେ ଲକଡାଉନ ସମୟରେ ସେମାନଙ୍କ ପାଖରେ କାମ ନଥିବାରୁ ସେମାନଙ୍କ ନିକଟରେ ଖାଇବା ଓ ରହିବା ପାଇଁ ପଇସା ନାହିିଁ। ଫଳରେ ଆଜି ୨୫୦୦ରୁ ଊର୍ଦ୍ଧ୍ୱ ଲୋକ ରାସ୍ତା ରୋକ କରିଛନ୍ତି। ଏହି ଆନ୍ଦୋଳନରେ ସେମାନେ ଓଡ଼ିଶା ଫେରିବା ପାଇଁ ସରକାରଙ୍କ ପାଖରେ ଦାବି ରଖିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ କମ୍ପାନୀ ଗୁଡ଼ିକରେ କାର୍ଯ୍ୟ ଆରମ୍ଭ ହେଉ କିମ୍ବା ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରନ୍ତୁ। ନହଲେ ସେମାନେ କିପରି ଓଡ଼ିଶା ଫେରିବେ ସେ ବ୍ୟବସ୍ଥା କରିବାକୁ କର୍ଣ୍ଣାଟକ ସରକାରଙ୍କ ନିିକଟରେ ପ୍ରବାସୀମାନେ ଦାବି କରିଛନ୍ତି। ତେବେ ଦୀର୍ଘ ଦିନ ଧରି କମ୍ପାନୀଗୁଡ଼ିକ ବନ୍ଦ ରହିବା ଫଳରେ କର୍ମଚାରୀମାନେ ରୋଜଗାର ହରାଇ ବସିଛନ୍ତି। ତେବେ ସେମାନଙ୍କ ନିକଟରେ ସଞ୍ଚିତ ଥିବା ଅର୍ଥ ମଧ୍ୟ ଶେଷ ହୋଇଯାଇଛି। ଏପରିକି ସେମାନେ ଭୋକ ଉପାସରରେ ସେଠାରେ ରହୁଥିବା ଜଣାପଡ଼ିଛି।