ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ପଦା ରାଜ୍ୟରେ ଫସି ରହି ହଇରାଣ ହରକତ ହେଉଥିବା ପ୍ରବାସୀଙ୍କୁ ଓଡ଼ିଶା ଅଣିବା ପାଇଁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ କେତେକ ପ୍ରବାସୀ ରାଜ୍ୟକୁ ଫେରି ସରକାରଙ୍କ ଚିନ୍ତା ବଢ଼ାଉଛନ୍ତି। ସେମାନେ କ୍ୱାରେଣ୍ଟାଇନରେ ନ ରହି ସେଠାରୁ ଫେରାର ହେଇଯାଉଛନ୍ତି ତ କିଏ କ୍ୱାରେଣ୍ଟାଇନରେ ରହି ଟିକଟିକ ଭିଡିଓ କରି ଭାଇରାଲ କରୁଛି। ସେହିପରି ଗତକାଲି କ୍ୱାରେଣ୍ଟାଇନ ଗୃହରେ ଦିଆଯାଉଥିବା ଖାଦ୍ୟକୁ ଫିଙ୍ଗାଫିଙ୍ଗି କରିଥିବା ଏକ ଭିଡିଓ ନଜର ଆସିଥିଲା।
ସେମାନେ ବାରମ୍ବାର ଏପରି କରୁଥିବାରୁ ଡିଜିପି ଶ୍ରୀ ଅଭୟ କଡ଼ା ଚେତାବନୀ ଦେଇଛନ୍ତି। ଏ ନେଇ ଡିଜିପି ଶ୍ରୀ ଅଭୟ ପ୍ରବାସୀମାନଙ୍କୁ ନିୟମର କଡ଼ାକଡ଼ି ପାଳନ କରିବାକୁ ଚେତାବନୀ ଦେଇଛନ୍ତି। ଏଥିସହ କହିଛନ୍ତି ଯେ ସଂଗରୋଧ ଗୃହରେ ଅନ୍ତୋବାସୀଙ୍କୁ ଦିଆଯାଉଥିବା ଆତିଥ୍ୟର ମାନେ ନୁହେଁ ଯେ ସେମାନେ ମନଇଚ୍ଛା କାର୍ଯ୍ୟ କରିବେ ଓ ଗୃହରେ ଅପ୍ରିତିକର ପରିବେଶ ସୃଷ୍ଟି କରିବେ। ତେଣୁ ସମସ୍ତ ଅନ୍ତୋବାସୀମାନେ କ୍ୱାରେଣ୍ଟାଇନ ଗୃହରେ ନିୟମ ପାଳନ କରିବାକୁ ଡିଜିପି ଶ୍ରୀ ଅଭୟ ନିବେଦନ କରିବା ସହିତ ଯିଏ ଏହି ନିୟକୁ ଭାଙ୍ଗିବ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।