ଝାରସୁଗୁଡ଼ାରେ ପୁଣି ୨୫ କରୋନା ପଜିିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳ ଓ ଲଖନପୁର ବ୍ଲକରୁ ୭ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ଜଣେ, ବ୍ରଜରାଜନଗର ପୌରାଞ୍ଚଳରୁ ୪ଜଣ, ଝାରସୁଗୁଡା ବ୍ଲକରୁ ୩ଜଣ ଓ କୋଲାବିରା ବ୍ଲକରୁ ୨ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟଜଣେ ଆକ୍ରାନ୍ତ ବାହାର ଜିଲ୍ଲା ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ପ୍ରକାଶଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୭୭କୁ ପହଞ୍ଚିଥିବାବେଳେ ୬,୮୬୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୫ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଜିଲ୍ଲାରେ ୨୩ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।