ଜେଲ୍ ଗଲା ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦେଇଛି ପୁଲିସ। ସୋମବାର ଭୋରରୁ ଅଭିଯୁକ୍ତ ଗୋବିନ୍ଦକୁ ବଲାଙ୍ଗିର ଏସପି ଅଫିସରୁ ନେଇ ବଙ୍ଗୋମୁଣ୍ଡା କୋର୍ଟରେ ହାଜର କରିଥିଲା ପୁଲିସ। କୋର୍ଟରେ ହାଜର ପରେ ତାକୁ କଣ୍ଟାବାଞ୍ଜି ଜେଲକୁ ପଠାଇଦେଇଛି ପୁଲିସ।

ଜନଆକ୍ରୋଶ ଭୟରେ ଗଣମାଧ୍ୟମଠାରୁ ଲୁଚିକି କୋର୍ଟ ଚାଲାଣ କରିଥିଲା ପୁଲିସ। ରାତି ୩ଟା ୪୫ମିନିଟରୁ ବଲାଙ୍ଗିର ଏସପି ଅଫିସରୁ ପଛପଟ ଗେଟରୁ ନେଇ ୫ଟା ଭିତରେ କୋର୍ଟ ଚାଲାଣ କରାଯିବା ପରେ କଣ୍ଟାବାଞ୍ଜି ଜେଲକୁ ପଠାଇଲା ପୁଲିସ।