କୋଲକାତା, ଏଜେନ୍ସି: କୋଲକାତା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀମାନେ ମଙ୍ଗଳବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଏକ ସ୍ଥାନ ଉପରେ ଚଢଉ କରି ୫ କିଲୋ ଓଜନର ହେରୋଇନ ଜବତ କରିବା ସହ ଜଣେ ନିଶା ବେପାରୀକୁ ଗିରଫ କରିଛନ୍ତି। ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏନଡିପିଏସ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପ୍ରକାଶ।