ପଣସ ଵୋଝେଇ ଗାଡିରୁ ଜବତ ହେଲା ୨୪୫କେଜି ଗଞ୍ଜେଇ ଜିଲ୍ଲା By Nitidin On May 28, 2020 Share ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ପୁଲିସକୁ ବଡ ସଫଳତା ମିଳିଛି। ଏକ ପଣସ ଵୋଝେଇ ଗାଡିରୁ ୨୪୫ କେଜି ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଆଜି ଏକ ଆଇଚର ଗାଡି ନଂ (ଏଚଆର୍-୫୫ଟି-୦୦୨୬) ରେ ଚନ୍ଦ୍ରପୁରୁ ବ୍ଲକର ଗ୍ରାମାଞ୍ଚଳରୁ ବଡ ଚତୁରତାର ସହ ପଣସ ତଳେ ଗଞ୍ଜେଇ ଵୋଝେଇ କରି ବେପାରୀ ଚନ୍ଦ୍ରପୁର ସଦର ମହକୁମା ଦେଇ ମୁନିଗୁଡା ଯିବାକୁ ବାହାରିଥିଲା। ତେବେ ସକାଳ ୬ଟା ସମୟରେ ପଣସ ଓ ଗଞ୍ଜେଇ ବୋଝେଇ ଗାଡି ବୁଡୁବାଲି ପଞ୍ଚାୟତର କୋଡ଼ିସୁର ଛକରେ ପହଞ୍ଚିବା କ୍ଷଣି, ଚନ୍ଦ୍ରପୁର ପୁଲିସ ଟିମ ବିଶେଷ ସୂତ୍ରରୁ ଖବରପାଇ ଉକ୍ତ ଛକରୁ ଗାଡିକୁ କାବୁ କରିବା ସହ ଡ୍ରାଇଭର ଓ ଅନ୍ୟ ଦୁଇଜଣଙ୍କୁ ଅକ୍ତିୟାରକୁ ନେଇଥିଲା। ଗିରଫ ଡ୍ରାଇଭର ଅନୀଲ ପଣ୍ଡିତ(୪୩)ଦିଲ୍ଲୀ, ଏବଂ ସହଯୋଗୀ ସତେନ୍ଦ୍ର କୁମାର(୨୭) ଓ ରାଜ ମେହେଟ୍ଟାକୁ(୧୯) ଉଭୟେ ବିହାରର ବାସିନ୍ଦାଙ୍କ ଚନ୍ଦ୍ରପୁରୁ ଥାନାକୁ ଆଣି ପଚରା ଉଚୁରା କରୁଛନ୍ତି। ଏ ନେଇ ଚନ୍ଦ୍ରପୁର ଥାନାରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଚନ୍ଦ୍ରପୁର ଆଇଆଇସି ସୁନୀଲ ଅରୁଣ କୁମାର ନାୟକଙ୍କ ସଫଳ ନେତୃତ୍ୱରେ ଏସଆଇ ସମୀର ପ୍ରଧାନ, ଭାସ୍କର ମୁରା, କନଷ୍ଟେବଳ ପିକେ ପାଢ଼ୀ, ଏସକେ ଶତପଥୀ, ଟିକେ ଡାକୁଆଙ୍କ ସହିତ କିଛି ହୋମଗାର୍ଡ ଏହି ଚଢ଼ଉରେ ସାହାସର ସହିତ ମୁକାବିଲା କରିଛନ୍ତି। Share