ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହରାଇଛି। ହସ୍ପିଟାଲରେ ଶଯ୍ୟା ଓ ଅମ୍ଳଜାନର ଅଭାବ ଦେଖାଯାଇଛି। ଦେଶରେ ଲଗାତାର କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ଅତିକ୍ରମ କରିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨,୭୩୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ମୃତକଙ୍କ ସଂଖ୍ୟା ୨,୨୬୩ରେ ପହଞ୍ଚିଛି। ନୂଆ କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ମାମଲା ୧,୬୨,୬୩,୬୯୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ୧,୯୩,୨୭୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧,୩୬,୪୮,୧୫୯ରେ ପହଞ୍ଚିଛି। ସେହିପରି ୧,୮୬,୯୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪,୨୮,୬୧୬ ଜଣ ଚିକିତ୍ସାଧୀନ ଅଛନ୍ତି।