ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ଆଧୁନିକୀକରଣ ପାଇଁ ରାଜଆଠଗଡ଼ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରାଯିବ। ତେଣୁ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ୨ ଦିନ ପାଇଁ ବାତିଲ ହେବ।
ଟ୍ରେନ୍ ନମ୍ବର ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଏପ୍ରିଲ ମାସ ୨୭ ଓ ୨୮ ତାରିଖ ଦୁଇ ଦିନ ପାଇଁ ବାତିଲ ହୋଇଛି।