ନୟାଗଡ଼,ଏନ୍ଏନଏସ୍ : କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜୀବନ ବିନ୍ଦୁ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସିନ୍ଦୁରିଆ ପଞ୍ଚାୟତରୁ ୮ ୟୁନିଟ୍, ବଡ଼ପଣ୍ଡୁସର ପଞ୍ଚାୟତରୁ ୫ ୟୁନିଟ୍, ବାଉଁଶିଆପଡ଼ା ପଞ୍ଚାୟତରୁ ୨, ଜହ୍ନିପଦା ପଞ୍ଚାୟତରୁ ୬ ୟୁନିଟ୍, ଅନ୍ୟାନ ୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଆଜି ମୋଟ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି। ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡି ସଭାପତି ରମେଶ ସାହୁ, ଦୁର୍ୟ୍ୟୋଧନ ବେହେରା, ଶୀକାନ୍ତ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଜାନକୀ ଜେନା ପ୍ରମୁଖ ପରିଚାଳନା କରିଥିଲେ।