କେନ୍ଦୁଝର/ଢ଼େଙ୍କିକୋଟ,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କଟରାବେଡା ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରାଘାତରେ ୨୨ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଚରାଳି ଆହତ ହୋଇଛନ୍ତି। ଏହି ଛେଳି ଚାରାଳିଙ୍କ ମଧ୍ୟରେ ମାଲିକ ଲାକ୍ଷ୍ମୀଧର ନାଏକ ଏବଂ ମିତ୍ରଭାନୁ ନାଏକ ରହିଛନ୍ତି।
ସୂଚନା ଅନୁଯାୟୀ ଦୁହେଁ ଛେଳିକୁ ନେଇ ଚରାଇବାକୁ ଯାଇଥିବା ବେଳେ ଆଜି ଅପରାହ୍ନରେ ପ୍ରବଳ ଜୋରରେ ବର୍ଷା ମାଡ଼ି ଆସିବାରୁ ସେମାନେ ଛେଳିକୁ ନେଇ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ଫେରିବା ସମୟରେ ହଠାତ ବିଜୁଳି ମାରିବାରୁ ତାଙ୍କର ୨୨ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା। ସେଥିମଧ୍ୟରେ ୧୯ ଟି ଖାଶି ଓ ୩ଟି ମାଈ ଛେଳି ଥିଲେ। ସେହିପରି ୨ ଚରାଳି ମଧ୍ୟ ଏଥିରେ ଆହତ ହୋଇଥିଲେ।