ଉଦଳା ସବଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ

ଉଦଳା,ଏନ୍ଏନ୍ଏସ୍: କରୋନାର କହର କେଉଁ ସ୍ଥାନକୁ ବାକି ରଖିନି। ସବୁଠାରେ କରୋନାର ହାହାକାର ଦେଖିବାକୁ ମିଳିଛି। ଉଦଳା ସବଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୭୬ ଜଣ କଏଦୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପଜିଟିଭ ଚିହ୍ନଟ ନେଇ ଉଦଳା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ପରେ ଉଦଳା ଏନଏସି ପକ୍ଷରୁ ଜେଲକୁ ସାନିଟାଇଜ କରାଯାଇଛି। କରୋନାର କହର ଜେଲରେ ବି ଥିବା କଏଦୀଙ୍କୁ ସଂକ୍ରମିତ କରାଇଛି। ଦୁଇଦିନ ପୂର୍ବରୁ ସାଲେପୁର ସବଜେଲରେ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।