୨୦୩ କିଲୋ ଗଞ୍ଜେଇ ଜବତ କଲା ଚିତ୍ରକୋଣ୍ଡା ପୁଲିସ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଏସ ଆର କମ୍ପାନୀ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ୨୦୩ କେଜି ଗଞ୍ଜେଇ ଚିତ୍ରକୋଣ୍ଡା ପୁଲିସ ଜବତ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଚିତ୍ରକୋଣ୍ଡା ଅଂଚଳରୁ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା । ଏକ ବୋଲେରୋ ଗାଡ଼ି ଯୋଗେ ୭ଟି ବ୍ୟାଗରେ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଚିତ୍ରକୋଣ୍ଡା ପୁଲିସ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ଗାଡ଼ିଟିକୁ ଅଟକାଇ ଥିଲା। ଗାଡିଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ଗଞ୍ଜେଇ ଜବତ ହୋଇଥିବାବେଳେ ଚାଲାଣ କରୁଥିବା ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ କେରଳର କେ ଭି ଗିରିସ ବୋଲି ଜଣାପଡ଼ିଛି। ଗିରିସ ନିକଟରୁ ନଗଦ ୩୨୦୦ ଟଙ୍କା, ୨ଟି ମୋବାଇଲ ଫୋନ୍ ଓ ୨ଟି ଏଟିଏମ୍ କାର୍ଡ ଜବତ କରାଯାଇଥିବା ଚିତ୍ରକୋଣ୍ଡା ପୁଲିସ ସୂଚନା ଦେଇଛି।