ଆଜିଠୁ ବ୍ୟାଙ୍କରେ ବଦଳ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଆଗାମୀ ଦିନରେ କାରବାରରୁ ବାଦ ପଡିବ ୨୦୦୦ ଟଙ୍କିଆ ନୋଟ । ଏ ଖବର ଜାଣିବା ପରେ କିଛି ଲୋକ ଚିନ୍ତାରେ ପଡିଥିବେ । ତେବେ ଟେନସନ ହେବାର କୌଣସି କାରଣ ନାହିଁ । ପାଖରେ ୨୦୦୦ ଟଙ୍କିଆ ନୋଟ ରଖିଛନ୍ତି କି ଯଦି ରଖିଛନ୍ତି ତେବେ ଚିନ୍ତା କରିବାର ନାହିଁ । କାରଣ ଆଜିଠୁ ୨୦୦୦ ଟଙ୍କିଆ ନୋଟ ବଦଳ ସେବା ଆରମ୍ଭ ହେବ । ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ଅଛି ତେବେ ନିକଟସ୍ଥ ବ୍ୟାଙ୍କରେ ଏହାର ବଦଳ କରିପାରିବେ । ଏହି ସେବା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉପଲବ୍ଧ ରହିଛି । ଦେଶର ସମସ୍ତ ବ୍ୟାଙ୍କରେ ଲୋକ ଏହି ସେବା ପାଇ ପାରିବେ ।