ଲକଡାଉନ କଟକଣା: ଝାରସୁଗୁଡ଼ାରେ ୨୦୦ରୁ ଊର୍ଦ୍ଧ୍ୱ ବାଇକ ଜବତ

ଝାରସୁଗୁଡା,ଏନ୍ଏନ୍ଏସ୍ : ସରକାର ଓ ଜିଲ୍ଲା ପ୍ରଶାସନ ଲକଡାଉନ ନିୟମକୁ କଡ଼ାକଡ଼ି କରିଥିବାବେଳେ ଝାରସୁଗୁଡ଼ାରେ କିଛି ଲୋକ ବାରମ୍ବାର ଉଲଂଘନ କରୁଛନ୍ତି। ଫଳରେ ଏମାନଙ୍କୁ ରୋକିବା ପାଇଁ ଜିଲ୍ଲା ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଝାରସୁଗୁଡ଼ା ଥାନା ଅଞ୍ଚଳରେ ଅକାରଣରେ ଗାଡ଼ିରେ ବୁଲୁଥିବା ୨୦୦ରୁ ଊର୍ଦ୍ଧ୍ୱ, ବ୍ରଜରାଜନଗର ଅଞ୍ଚଳରେ ୧୨, ଥର୍ମାଲରେ ୧୦ ଓ ଓରିଏଣ୍ଟ ଅଞ୍ଚଳରେ ୨ଟି ବାଇକ ଜବତ କରିଛି। ନିୟମ ଉଲଂଘନ କରିଥିବା ଏହି ବାଇକ ଆରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲକଡାଉନ ଶେଷ ହେବା ପରେ ପ୍ରଶାସନର ନିର୍ଦ୍ଦେଶାନୁସାରେ ବାଇକ ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।