Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୨୦ ମେ’ରେ ଓଡ଼ିଶାରୁ ୨୦ ଜଣ ଛାତ୍ରଛାତ୍ରୀ ଯିବେ ଇସ୍ରୋ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୨୦ ମେ’ରେ ଓଡ଼ିଶାରୁ ୨୦ ଜଣ ଛାତ୍ରଛାତ୍ରୀ ଯିବେ ଇସ୍ରୋ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୧୯-୨୦ର ୧୩ତମ ସଂସ୍କରଣର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ କରିଛନ୍ତି। ଜ୍ୟୋର୍ତିବିଦ୍ ଓ ବୈଜ୍ଞାନିକ ହେବାକୁ ଅଭିଳାଷ ରଖିଥିବା ଏହି ବିଜେତା ଦଳ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ପ୍ରମୁଖ ସୁବିଧା ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନର ବାସ୍ତବିକ ପ୍ରୟୋଗର ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ(ୟାଟ୍ସ), ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏକ ପ୍ଲାଟ୍ଫର୍ମ ଭାବେ ପ୍ରତିପାଦିତ ହୋଇପାରିଛି। ଏହା ଦେଶର ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନର ଗବେଷଣା ଓ ବିକାଶ କ୍ଷେତ୍ରରେ ସହାୟକ ହେବ।

ଉକ୍ତ ଅବସରରେ ୟାଟସର ୧୩ତମ ସଂସ୍କରଣର ବିଜେତା ଓ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମଡି, ଟାଟା ଷ୍ଟିଲ କହିଥିଲେ ଯେ, “ଏକ ଉନ୍ନତ ଭବିଷ୍ୟତ ଗଠନ ଲାଗି ଆମର ପ୍ରତିବଦ୍ଧତାର ସ୍ୱୀକୃତି ହେଉଛି ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ)। ଜ୍ୟୋର୍ତି ବିଦ୍ୟା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମ ଦେଶ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ଯୁବ ପିିଢ଼ିଙ୍କୁ ପ୍ରଯୁକ୍ତି ଓ ଉଦ୍ଭାବନ କ୍ଷେତ୍ରରେ ନିଜର ଆଗ୍ରହ ଓ ଜ୍ଞାନକୁ ବଢାଇବା ଲାଗି ଉତ୍ସାହିତ କରିବା ଦିଗରେ ହେଉଛି ଏକ ଉଦ୍ୟମ। ଆସନ୍ତା ବର୍ଷଗୁଡ଼ିକରେ ଟାଟା ଷ୍ଟିଲ ଏହି ଅଭିଯାନକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧ। ବିଶିଷ୍ଟ ଗବେଷକ, ବୈଜ୍ଞାନିକ ତଥା ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ (ନାଇଜର)ର ନିର୍ଦେଶକ ଡକ୍ଟର ସୁଧାକର ପଣ୍ଡାଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ୟାଟ୍ସ ୨୦୧୯-୨୦ରେ ସାରା ରାଜ୍ୟର ୩୦୦ ବିଦ୍ୟାଳୟର ମୋଟ ୬୨,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଅନରାଭେଲିଂ ଦି ୱାଣ୍ଡର୍ସ ଅଫ ୟୁନିଭର୍ସ’ (ବ୍ରହ୍ମାଣ୍ଡର ଚମତ୍କାରକୁ ଉଜାଗର କରିବା)। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଶିଳ୍ପ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ନିର୍ଦେଶକ ରସିଦ ଖାନ, ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ ଓ ଟାଟା ଷ୍ଟିଲ କର୍ପୋରେଟ ସେବା ବିଭାଗର ଉପ-ସଭାପତି ଚାଣକ୍ୟ ଚୈାଧାରୀ ଯୋଗଦେଇଥିଲେ।

ମୁକ୍ତ କୁଇଜର ବିଜେତାମାନଙ୍କୁ ପ୍ରତିଯୋଗିତା ଆୟୋଜନ ହୋଇଥିବା ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ “ବ୍ରହ୍ମାଣ୍ଡର ଚମତ୍କାର ଉଜାଗର କରିବା’ ବିଷୟ ଉପରେ ପ୍ରବନ୍ଧ ଲେଖିବାକୁ କୁହାଯାଇଥିଲା। ପ୍ରବନ୍ଧକୁ ସ୍ୱାଧୀନ ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିଥିଲେ। ପ୍ରତି ଜିଲ୍ଲାର ଶ୍ରେଷ୍ଠ ଦୁଇ ବିଜେତାଙ୍କୁ ଚୟନ କରାଯାଇଥିଲା ଏବଂ ସେମାନଙ୍କୁ ଗ୍ରାଣ୍ଡ ଫାଇନାଲ ପାଇଁ ନିମନ୍ତ୍ରଣ କରାଯାଇଥିଲା। ବ୍ୟକ୍ତିଗତ ସାକ୍ଷାତକାର ଜରିଆରେ ମୂଲ୍ୟାୟନ କରାଯିବା ପରେ ଶ୍ରେଷ୍ଠ ୨୦ ବିଜେତାଙ୍କୁ ଚୟନ କରିଯାଇ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଇନାଲର ଆକର୍ଷଣ ବଢ଼ାଇବା ଲାଗି ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି) ଏବଂ ଆଂଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ଲାନେଟାରିୟମ ପରିସରରେ ଏକ ବିଜ୍ଞାନ ଭିତିକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ପ୍ରକାଶ ଥାଉକି, ବିଗତ ୧୩ ବର୍ଷ ଭିତରେ ୟାଟସ୍ରେ ରାଜ୍ୟର ଏକ ଲକ୍ଷ ପଚାଶ ହଜାରରୁ ଅଧିକ ବିଜ୍ଞାନରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଓ ୧୬୦ ବିଜୟୀ ଛାତ୍ରଛାତ୍ରୀ ଭାରତରେ ଇସ୍ରୋର ଥିବା ବିଭିନ୍ନ ବ୍ୟବସ୍ଥା ପରିଦର୍ଶନ କରିଛନ୍ତି।